Voice of Eastern India

କେନାଲରେ ଭାସିଗଲେ ଦୁଇ ଯୁବକ, ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ


ବଡ଼ବିଲ/ ବାରଙ୍ଗ: କାନପୁର ଡ୍ୟାମର ମୁଖ୍ୟ କେନାଲରେ ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଯୁବକ। ଗାଧୋଇବା ବେଳେ ପ୍ରଥମେ ଜଣେ ଭାସିଯିବା ବେଳେ, ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଭାସିଯାଇଥିବା ଜଣାପଡ଼ିଛି। ଅବଶ୍ୟ କେନାଲରେ କିଛି ବାଟ ଭାସି ଉଭୟ ଦୁଇଟି ଗଛକୁ ଜାବୁଡ଼ିଧରି କେନାଲ ଭିତରେ ଫସି ରହିଥିଲେ ।

ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜଣକୁ ଉଦ୍ଧାର କରିବା ସହ ଅନ୍ୟ ଯୁବକକୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି । ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ସେପଟେ ଭୁବନେଶ୍ବର ଉପକଣ୍ଠ ବାରଙ୍ଗ ଠାରେ କୁଆଖାଇ ନଦୀକୁ ଜଣେ ଯୁବକ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଖବର ପାଇ ମଞ୍ଚେଶ୍ବର ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।



Source link

Leave A Reply

Your email address will not be published.