Voice of Eastern India

ରବିବାରଠୁ ବଢିବ ବର୍ଷା : ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ଛେଚିବ !


ଭୁବନେଶ୍ୱର, ୩୧। ୦୭ : ରାଜ୍ୟରେ ଏବେ ବଡ଼ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହୋଇପାରେ। ତେବେ ଅଗଷ୍ଟ ୨ ତାରିଖବେଳକୁ ବର୍ଷା ପରିମାଣ ସାମାନ୍ୟ ବୃଦ୍ଧି ପାଇବ। ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷ କରି ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ। ଏଭଳି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ପକ୍ଷରୁ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ପ୍ରଥମ ସପ୍ତାହ (ଜୁଲାଇ ୩୦ରୁ ଅଗଷ୍ଟ ୫) କୌଣସି ନୂଆ ଘୂର୍ଣ୍ଣିବଳୟ ସମ୍ଭାବନା ନାହିଁ । ତେବେ ଦ୍ବିତୀୟ ସପ୍ତାହରେ (ଅଗଷ୍ଟ ୬ରୁ ୧୨) ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବା ସମ୍ଭାବନା ଅଛି । ଏହା ପ୍ରାୟ ୯ ତାରିଖବେଳକୁ ଲଘୁଚାପରେ ପରିଣତ ହୋଇପାରେ।

Also Read :- ସମ୍ବଲପୁରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ମିଳିମିଶି କାମ କରିବା: ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟ ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ ଏବେ ବଡ଼ ବର୍ଷା ନାହିଁ। ତଥାପି ୨ ତାରିଖରୁ ମୌସୁମୀ ବର୍ଷା ବଢ଼ିପାରେ। ବିଶେଷ କରି ଦକ୍ଷିଣରେ ଅଧିକ ବର୍ଷା ରହିପରେ।

ଆସନ୍ତା ୯ କିମ୍ବା ୧୦ ତାରିଖବେଳକୁ ଏକ ଲଘୁଚାପ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଆଇଏମଡି ଆକଳନ ଅନୁସାରେ ଛତିଶଗଡ଼ର ଅନେକ ସ୍ଥାନରେ ଶୁକ୍ରବାର ବର୍ଷା ହୋଇପାରେ। ଶନିବାର ବର୍ଷା କମିଯିବ। କିନ୍ତୁ ଛତିଶଗଡ଼ରେ ଆସନ୍ତା ୨ରୁ ବର୍ଷା ବଢ଼ିପାରେ। ୩ରୁ ସେଠାରେ ବିସ୍ତାରିତ ଅଞ୍ଚଳରେ ବର୍ଷା ହୋଇପାରେ।



Source link

Leave A Reply

Your email address will not be published.