Voice of Eastern India

ଜାତିସଂଘରେ ପହଞ୍ଚିଲା PoK ମାମଲା, ପାକିସ୍ତାନୀ ସେନାର ନରସଂହାରର ହେବ ତଦନ୍ତ !


ପାକିସ୍ତାନ: ବର୍ତ୍ତମାନ ପାକିସ୍ତାନରେ ପରିସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ନିର୍ବାଚନ, ରାଜନୈତିକ ଅସନ୍ତୋଷ, ଆର୍ଥିକ ସମସ୍ୟା ଏବଂ ପାକିସ୍ତାନ ସରକାରଙ୍କ ବିରୋଧରେ ବଢ଼ୁଥିବା ପ୍ରଦର୍ଶନ ଏବେ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ବିଭିନ୍ନ ମିଡିଆ ରିପୋର୍ଟ ଓ ଆନ୍ଦୋଳନକାରୀ ସଂଗଠନର ଦାବି ଅନୁସାରେ, ସୁରକ୍ଷା ବାହିନୀର ଗୁଳିଚାଳନାରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତେବେ ପାକିସ୍ତାନ ପକ୍ଷରୁ ଏହି ସଂଖ୍ୟାର ସରକାରୀ ତଥ୍ୟ ସ୍ପଷ୍ଟ ହୋଇନାହିଁ। ଘଟଣାକୁ ନେଇ ମାନବାଧିକାର ସଂଗଠନମାନେ ଜାତିସଂଘର ହସ୍ତକ୍ଷେପ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ପାକିସ୍ତାନ ଅଧିକୃତ କାଶ୍ମୀରର ରାୱଲକୋଟ, ମିରପୁର ଏବଂ ଅନ୍ୟ କିଛି ଅଞ୍ଚଳରେ ଗତ କିଛି ଦିନ ଧରି ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଦରଦାମ ବୃଦ୍ଧି, ବିଦ୍ୟୁତ ଶୁଳ୍କ, ବେକାରି, ରାଜନୈତିକ ଅଧିକାର ଏବଂ ନିର୍ବାଚନର ସ୍ୱଚ୍ଛତାକୁ ନେଇ ସରକାର ବିରୋଧରେ ଆନ୍ଦୋଳନ କରୁଛନ୍ତି। ଏହି ବିରୋଧ ପ୍ରଦର୍ଶନ ସମୟରେ ପାକିସ୍ତାନୀ ସୁରକ୍ଷା ବାହିନୀ ଗୁଳିଚାଳନା କରିଥିବା ନେଇ ଅଭିଯୋଗ ହୋଇଛି। ଆନ୍ଦୋଳନକାରୀ ସଂଗଠନ ଏବଂ କିଛି ମାନବାଧିକାର କର୍ମୀଙ୍କ ଦାବି ଅନୁଯାୟୀ, ମୃତକଙ୍କ ସଂଖ୍ୟା ୪୦ରୁ ଅଧିକ ପହଞ୍ଚିଛି । ଅନେକ ଲୋକ ଆହତ ହୋଇଥିବା ସହ ଶତାଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ତେବେ ଏହି ମୃତ୍ୟୁ ସଂଖ୍ୟାକୁ ପାକିସ୍ତାନ ସରକାର ସରକାରୀ ତଥ୍ୟରେ ପ୍ରକାଶ କରିନାହାନ୍ତି।

Also Read: ‘ରାମାୟଣ’ ଟ୍ରେଲର୍ ଧମାକା : ରଣବୀରଙ୍କ ରାମ ଅବତାର ଓ VFXକୁ ଦର୍ଶକଙ୍କ ପ୍ରଶଂସା, ସୋସିଆଲ ମିଡିଆରେ ପଜିଟିଭ୍ ରେସପନ୍ସ

ପରିସ୍ଥିତି ଗୁରୁତର ହେବା ପରେ ଆନ୍ତର୍ଜାତିକ ମାନବାଧିକାର ସଂଗଠନ ଓ କିଛି ସାମାଜିକ ସଂଗଠନ ଜାତିସଂଘ ମାନବାଧିକାର ପରିଷଦର ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଘଟଣାର ନିରପେକ୍ଷ ତଦନ୍ତ, ବଳପ୍ରୟୋଗ ବନ୍ଦ କରିବା ଏବଂ ସାଧାରଣ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ଦାବି କରିଛନ୍ତି। ଏପଟେ ପାକିସ୍ତାନ ଅଧିକୃତ କାଶ୍ମୀରରେ ହୋଇଥିବା ନିର୍ବାଚନକୁ ନେଇ ମଧ୍ୟ ବିବାଦ ବଢ଼ିଛି। ବିରୋଧୀ ଦଳ ଓ ପ୍ରଦର୍ଶନକାରୀମାନେ ନିର୍ବାଚନରେ ଅନିୟମିତତା ଏବଂ ରାଜନୈତିକ ହସ୍ତକ୍ଷେପର ଅଭିଯୋଗ ଆଣିଛନ୍ତି। ଏହାକୁ କେନ୍ଦ୍ର କରି ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ପିଓକେରେ ବଢ଼ୁଥିବା ହିଂସା ଏବଂ ପରିସ୍ଥିତି ଏବେ ଅନ୍ତର୍ଜାତୀୟ ସ୍ତରର ପ୍ରସଙ୍ଗ ପାଲଟିଲାଣି । ଯାହା ଆଗାମୀ ଦିନରେ ପାକିସ୍ତାନ ସରକାରଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିବାକୁ ଯାଉଛି ।



Source link

Leave A Reply

Your email address will not be published.