Voice of Eastern India

‘ରାମାୟଣ’ ଟ୍ରେଲର୍ ଧମାକା… ରଣବୀରଙ୍କ ରାମ ଅବତାର, VFX ଓ ସଙ୍ଗୀତରେ ଦର୍ଶକ ବିଭୋର


ମୁମ୍ବାଇ : ଗୁରୁବାର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ‘ରାମାୟଣ’ର ପ୍ରଥମ ଝଲକ ସାମ୍ନାକୁ ଆସିଛି । ନିର୍ମାତାଙ୍କ ପକ୍ଷରୁ ରିଲିଜ ହୋଇଛି ‘ରାମାୟଣ’ର ପ୍ରଥମ ଟ୍ରେଲର୍ । ଫିଲ୍ମର ଦମଦାର ଟ୍ରେଲର୍ ପ୍ରତ୍ୟେକ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଛି ।  ଏହାକୁ ଦେଖିବା ପରେ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।

ଏଥିରେ ଦେଖାଯାଇଥିବା ଝଲକ, ଉଚ୍ଚମାନର VFX ଓ ଆକର୍ଷଣୀୟ ସଙ୍ଗୀତ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି। ସେହିପରି ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଚରିତ୍ର ଏବଂ ଲୁକ ମଧ୍ୟ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’କୁ ନେଇ ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଥିଲା । ଏହା ଏକ ବଡ଼ ବଜେଟର ଫିଲ୍ମ ଯାହା ୪୦୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି । ଟ୍ରେଲରରେ ପୌରାଣିକ କାହାଣୀକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ VFX ଭିଜୁଆଲ୍ ସହ ଉପସ୍ଥାପନ କରାଯାଇଛି । ଯାହା ବେଶ ଆକର୍ଷଣୀୟ ଲାଗୁଛି ।

ହିନ୍ଦୁ ମହାକାବ୍ୟ ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ପ୍ରତ୍ୟେକ ଦୃଶ୍ୟକୁ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଭାବରେ ଉପସ୍ଥାପନ କରାଯାଇଛି। ଟ୍ରେଲରରେ ଫିଲ୍ମର ଅନେକ ପ୍ରମୁଖ ଚରିତ୍ରର ଝଲକ ଦେଖିବାକୁ ମିଳିଛି, ଯାହା ଦର୍ଶକଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି । ପ୍ରତ୍ୟେକ ଅଭିନେତା ନିଜ ନିଜ ଚରିତ୍ରକୁ ଦକ୍ଷତାର ସହିତ ଜୀବନ୍ତ କରିଛନ୍ତି ଏବଂ ଟ୍ରେଲରରେ ସେମାନଙ୍କର ଅଭିନୟ ଦର୍ଶକଙ୍କୁ ବେଶ ପ୍ରଭାବଶାଳୀ ଲାଗିଛି।

ଯଦି ଫିଲ୍ମରେ ଥିବା ଚରିତ୍ର କଥା କହିବା ତେବେ ରଣବୀର କପୁର ଏଥିରେ ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ। ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ମା’ ସୀତାଙ୍କ ଚରିତ୍ରରେ ଥିବାବେଳେ , ଯଶ ‘ରାବଣ’ ଭୂମିକାରେ ଅଭିନୟ କରୁଛନ୍ତି। ତିନିଜଣଙ୍କ ଝଲକ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇଛି । ଅନ୍ୟାନ୍ୟ ଚରିତ୍ରମାନଙ୍କ ମଧ୍ୟରେ, ରବି ଦୁବେ ଲକ୍ଷ୍ମଣ ଭୂମିକାରେ ଏବଂ ଲାରା ଦତ୍ତ କୈକେୟୀ ଭୂମିକାରେ ଅଭିନୟ କରିଛନ୍ତି । ଟିଜରରେ ବ୍ୟବହୃତ VFX ଓ ବ୍ୟାକଗ୍ରାଉଣ୍ଡ ସ୍କୋରକୁ ନେଇ ସୋସିଆଲ୍ ମିଡିଆରେ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି ।

ଅନେକ ଦର୍ଶକ ଏହାକୁ ଭାରତୀୟ ସିନେମାର ସବୁଠାରୁ ଭବ୍ୟ ପୌରାଣିକ ଫିଲ୍ମମାନଙ୍କ ମଧ୍ୟରୁ ଗୋଟିଏ ବୋଲି କହୁଛନ୍ତି । ଏହି ଫିଲ୍ମ ମାଧ୍ୟମରେ ନିର୍ମାତାମାନେ ବିଶ୍ୱର ଲୋକମାନଙ୍କୁ ସେମାନଙ୍କ ସଂସ୍କୃତି ସହିତ ଯୋଡ଼ିବ ଏବଂ ଏକ ଉଦାହରଣ ସୃଷ୍ଟି କରିବ। ଫିଲ୍ମର ସମ୍ପୂର୍ଣ୍ଣ ଟ୍ରେଲର ଓ ରିଲିଜ ତାରିଖକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି । ଫିଲ୍ମଟି ଚଳିତବର୍ଷ ଦୀପାବଳିରେ ସମସ୍ତ ସିନେମା ହଲରେ ମୁକ୍ତିଲାଭ କରିବ। ନିର୍ମାତାମାନେ ଏହାକୁ ବଡ଼ ବଜେଟରେ ପ୍ରସ୍ତୁତ କରୁଥିବାରୁ ବକ୍ସ ଅଫିସରେ ଫିଲ୍ମଟି ନୂଆ ରେକର୍ଡ ସୃଷ୍ଟି କରିପାରେ ବୋଲି ଆଶା କରାଯାଉଛି।





Source link

Leave A Reply

Your email address will not be published.