Voice of Eastern India

ପ୍ରବଳ ବର୍ଷା ପାଇଁ ସତର୍କତା, ଏସବୁ ଜିଲ୍ଲାରେ ସ୍କୁଲ- କଲେଜ ବନ୍ଦ


କେନ୍ଦୁଝର/ଭଦ୍ରକ: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଅନେକ ଜିଲ୍ଲାରେ ସ୍ଥିତି ଏବେ ବେହାଲ ହୋଇପଡ଼ିଛି। କେଉଁଠି ବନ୍ୟାଜଳ ଗାଁରେ ପଶିଛି। ତ’ ଆଉ କେଉଁଠି ପୋଲ ଉପରେ ଚାଲୁଛି ପାଣି। ସେପଟେ ଆଗକୁ ଆହୁରି ବର୍ଷା ଅନୁମାନ ବି ଚିନ୍ତା ବଢ଼ାଇଛି। ଏମିତିରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବୁଧବାର ପାଇଁ କେନ୍ଦୁଝର ଜିଲ୍ଲାର ସମସ୍ତ ଅଙ୍ଗନୱାଡି ସହ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ସେହିଭଳି ଭଦ୍ରକରେ ମଧ୍ୟ ବୁଧବାର ଅର୍ଥାତ ଜୁଲାଇ ୨୯ରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି ଘୋଷଣା ହୋଇଛି। ବନ୍ୟା ସ୍ଥିତି ଓ ଲଗାଣ ବର୍ଷାକୁ ନେଇ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ଏହା ସହ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀଙ୍କୁ ମଧ୍ୟ ଜରୁରୀ ପରିସ୍ଥିତି ମୁକାବିଲା ପାଇଁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Also Read: କୁମ୍ଭୀରକୁ ନେଇ ଭୟରେ ଅଞ୍ଚଳବାସୀ, ବନ୍ୟା ପାଣିରେ ଭାସି ଆସିଥିବା ସନ୍ଦେହ

ଏସବୁ ଜିଲ୍ଲାରେ ମଧ୍ୟ ସ୍କୁୁଲ୍ କଲେଜ ବନ୍ଦ

ଏହା ବାଦ୍ ଯାଜପୁର, ସମ୍ବଲପୁର, ଦେବଗଡ଼, ବରଗଡ଼ରେ ମଧ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଅଙ୍ଗନବାଡ଼ି ସମେତ ସମସ୍ତ ସ୍କୁଲ- କଲେଜ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାର ଜିଲ୍ଲାପାଳ। 



Source link

Leave A Reply

Your email address will not be published.