Voice of Eastern India

ବୈତରଣୀରେ ଆସୁଛି ବଡ଼ ବନ୍ୟା, ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି


ଯାଜପୁର: ଭୀଷଣ ବର୍ଷା କାରଣରୁ ଉତ୍ତର ଓଡ଼ିଶାରେ ବୈତରଣୀ ସହ ଅନେକ ନଦୀ ଫୁଲି ଉଠିଛି। ଜଳସ୍ତର ବିପଦ ସଙ୍କେତ ଛୁଇଁ ସାରିଛି।ବିଶେଷ କରି ବୈତରଣୀ ନଦୀରେ ବଡ଼ ବନ୍ୟା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ବୈତରଣୀ ନଦୀରେ ବଡ଼ ବନ୍ୟା ଆସିବା ସମ୍ଭାବନାକୁ ନଜରରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ଦେଖିବାକୁ ମିଳିଛି।

ଜିଲ୍ଲାପାଳ ଅମ୍ବର କର ବୈତରଣୀ ଏବଂ ତାର ଶାଖା କାଣୀ ନଦୀର ଦୁର୍ବଳ ନଦୀ ବନ୍ଧ ସ୍ଥାନ, ଖାଲୁଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପୂର୍ବତନ ଜିଲ୍ଲାପାଳ ତଥା ଅବକାରୀ କମିଶନର ପି ଅନ୍ଵେଷା ରେଡ଼ିଙ୍କୁ ବନ୍ୟା ମୁକାବିଲା ପାଇଁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ପି ଅନ୍ୱେଷା ରେଡ୍ଡୀ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କସପା ପାଞ୍ଚାୟତ ପଛପଡା, ବ୍ରହ୍ମଚାରୀ ପାଟଣା ଆଶ୍ରୟ ସ୍ଥଳୀ ବୁଲି ଦେଖିଛନ୍ତି ।

Also Read: ମହାନଦୀରେ ବଢ଼ୁଛି ବନ୍ୟାଜଳ, ଜାରି ହେଲା ସତର୍କତା

ଯେମିତି କାହାର କୌଣସି କ୍ଷତି କି ଜୀବନ ହାନି ନହେବ ସେ ଦିଗରେ ଅଧିକ ଗୁରୁତ୍ଵ ଦେଇଛନ୍ତି । କିଭଳି ଲୋକେ ଭୟ ଭୀତ ନହେବେ ଏବଂ ଖାଦ୍ୟ ଔଷଧ ପାନୀୟ ଜଳ ଠିକ୍ ଭାବରେ ଲୋକଙ୍କ ପାଖେ ପହଞ୍ଚିବ ତାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ବିଶେଷ କରି ଲୋକେ ଭୟ ଭୀତ ନହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।



Source link

Leave A Reply

Your email address will not be published.