Voice of Eastern India

Rayagada COVID alert : ରାୟଗଡ଼ାବାସୀଙ୍କୁ କରୋନା ଭୟ, ଏମିତି ନ କଲେ ବ୍ୟାପିବାର ସମ୍ଭବନା


ରାୟଗଡ଼ା : ଓଡ଼ିଶା ଆନ୍ଧ୍ରରେ କରୋନା ଭୁତାଣୁ ଚିହ୍ନଟ ପରେ ରାୟଗଡାରେ ଭୟର ବାତାବରଣ । ଆନ୍ଧ୍ର ଓ ଓଡିଶା ସୀମାନ୍ତ ମୁକୁଳା ପଡିଥିବାରୁ ରାୟଗଡାବାସୀ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରୁଛନ୍ତି । ସୀମାନ୍ତରେ ଶତାଧିକ ଓଡିଶାର ଗ୍ରାମ ରହିଥିବା ବେଳେ ଆନ୍ଧ୍ରରେ ରୋଗୀ ଚିହ୍ନଟ ହେବା ପରେ ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ଛନକା ପସିଛି ।

ଆନ୍ଧ୍ର-ଓଡିଶା ସୀମାନ୍ତକୁ ଲାଗି ଥିବା କେରେଡା-କୁନେରୁ ରାସ୍ତାକୁ ଦେଖିଲେ ଆପଣ ବୁଝିପାରିବେ କିଭଳି ମୁକୁଳା ପଡ଼ିରହିଛି ଆନ୍ଧ୍ର ଓ ଓଡିଶା ସୀମାନ୍ତ । ପଡୋଶି ଆନ୍ଧ୍ରରେ କରୋନା ଭୂତାଣୁ ଚିହ୍ନଟ ପରେ ମଧ୍ୟ ସ୍ତିତିରେ କୌଣସି ସୁଧାର ଆସିନାହିଁ । ଆନ୍ଧ୍ର ଲୋକେ ଓଡିଶା ଆସୁଥିବା ବେଳେ ଓଡିଶା ଲୋକ ମଧ୍ୟ ଆନ୍ଧ୍ରକୁ ଯିବାଆସିବା କରୁଛନ୍ତି । କେବଳ ସାତିକି ନୁହେଁ ଆନ୍ଧ୍ର-ଓଡିଶାକୁ ବହୁ ବସ୍ ଯିବା ସହ ଯାନବାହାନ ଖୁଲମଖୁଲା ଚଳପ୍ରଚଳ କରୁଛନ୍ତି । କୌଣସି ପ୍ରକାର ପ୍ରତିବନ୍ଧକ କି ଯାଞ୍ଚ ହେଉନାହିଁ । ଠିକ ସେହିପରି ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀମାନେ ହାତରେ ସ୍ଲିପ ଧରି ଲମ୍ବା ଲାଇନରେ ଠିଆ ହୋଇଛନ୍ତି ଡାକ୍ତରଙ୍କୁ ଦେଖାଇବା ପାଇଁ । କେବଳ ଡାକ୍ତରଙ୍କ ପାଖରେ ଲମ୍ବା ଲାଇନ ନୁହେଁ, ରକ୍ତ ନମୂନା ପରୀକ୍ଷା କେନ୍ଦ୍ରରେ ମଧ୍ୟ ଧାଡିରେ ରୋଗୀ ଠିଆ ହୋଇଛନ୍ତି । ଏହି ଲାଇନରେ ଅଧିକାରୁ ଅଧିକ ଥଣ୍ଡା ଓ ଛିଙ୍କରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଅଛନ୍ତି । ଏବେ ରାୟଗଡାରେ ଗୋଟେ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ଏହିସବୁକୁ ଦୃଷ୍ଟିରେ ରଖି ରାୟଗଡାରେ ମଧ୍ୟ କରୋନା ବ୍ୟାପିବାର ଆଶଙ୍କା କରାଯାଉଛି ।

୨୦୧୯ର କରୋନା ମହାମାରୀର ଉଗ୍ରରୂପ ସମସ୍ତଙ୍କୁ ଭୟଭୀତ କରିଥିଲା । କରୋନା ଯୋଗୁଁ ରାୟଗଡାବାସୀ ବହୁ ଦୁର୍ଦ୍ଦଶାରେ ସମ୍ମୁଖିନ ହୋଇଥିବା ବେଳେ ବହୁ ଲୋକଙ୍କ ଜୀବନ ଯାଇଥିଲା । ସେହି ଭୟ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭିନଥିବା ବେଳେ ଏବେ ପଡୋଶି ଆନ୍ଧ୍ରରେ କରୋନା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁରରେ କରୋନାରେ ଆକ୍ରାନ୍ତ ହୋଇ କିଛି ବ୍ୟକ୍ତି ଏମକେସିଜିରେ ଚିକିତ୍ସିତ ହେଉଥିବା ଘଟଣା ଏବେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । କାରଣ ମେଡିକାଲ ହେଉକି ବ୍ୟବସାୟ ହେଉ ପଡୋଶୀ ଆନ୍ଧ୍ର ଉପରେ ରାୟଗଡାବାସୀ ନିର୍ଭର କରନ୍ତି । ଏପଟେ ଏହାକୁ ଦୃଷ୍ଟିୁରେ ରଖି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବେଶ୍ ତତ୍ପର ଅଛନ୍ତି । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ୬ଟି ବେଡ୍ ସହ ଭେଣ୍ଟିଲେଟର ଓ ଅକ୍ସିଜେନ୍ ସହ ଆବଶ୍ୟକ ସରଞ୍ଜାମକୁ ପ୍ରସ୍ତୁତ ରଖାଯାଇଛି । କୌଣସି ଲକ୍ଷଣ ଦେଖାଗଲେ ସେମାନଙ୍କୁ ଆରଟିପିସିଆର ଟେଷ୍ଟ ମଧ୍ୟ କରାଯିବ । କୌଣସି ଭୟଭିତ ହବାର ନାହିଁ, ଥଣ୍ଡା, ଛିଙ୍କ ହେଲେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ସେବନ କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ପ୍ରଶାସନ ବେଶ୍ ସତର୍କ ଅଛି ବୋଲି ରାୟଗଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Also Read- Bhogarai waterlogging : ଲଗାଣ ବର୍ଷାରେ ଗାଁରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି, ଲୋକେ ହନ୍ତସନ୍ତ, ପ୍ରଶାସନ ଚୁପ୍

 



Source link

Leave A Reply

Your email address will not be published.