Voice of Eastern India

"ଇନଷ୍ଟାଗ୍ରାମରେ ଯୁବବର୍ଗଙ୍କ ସହ ଯୋଡ଼ି ହୁଅ, ରିଲ୍ସ ପୋଷ୍ଟ କର": ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ




ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନରେ ଜେନ୍-ଜିଙ୍କ ଭାଗିଦାରୀ ଅଧିକ ରହିଛି । ଯୁବପିଢ଼ି ସୋସିଆଲ୍ ମିଡିଆରେ ଅଧିକ ସକ୍ରିୟ ରହି, ଏହି ଆନ୍ଦୋଳନକୁ ବଳ ଦେଉଛନ୍ତି । ଏହାରି ଭିତରେ ଜେନ୍-ଜିଙ୍କ ନିରଟତର ହେବା ପାଇଁ ନିଜ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏନଡିଟିଭି ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କେନ୍ଦ୍ରୀୟ ମନ୍ତ୍ରିପରିଷଦର ସଦସ୍ୟମାନଙ୍କୁ ଇନଷ୍ଟାଗ୍ରାମରେ ସକ୍ରିୟ ହେବାକୁ କହିଛନ୍ତି । ଏହା ସହିତ ରିଲ୍ସ ଓ ସର୍ଟ ଭିଡିଓ ପୋଷ୍ଟ କରି ଦେଶର ଯୁବବର୍ଗଙ୍କ ସହ ସିଧାସଳଖ ଯୋଡ଼ିହେବାକୁ ପରାମର୍ଶ ଦେଇଛନ୍ତି ।

ମନ୍ତ୍ରିପରିଷଦ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନିଜର ସହଯୋଗୀ ମନ୍ତ୍ରୀମାନଙ୍କୁ ପଚାରିଥିଲେ ଯେ ସେମାନଙ୍କ ମଧ୍ୟରୁ କେତେ ଜଣ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଇନ୍ଷ୍ଟାଗ୍ରାମ୍' ବ୍ୟବହାର କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଏକ ବିଶାଳ ଯୁବ ଜନସଂଖ୍ୟା ବିଶେଷ କରି ଜେନ୍-ଜି ଓ ମିଲେନିଆଲ୍ସ ଇନଷ୍ଟାଗ୍ରାମ୍ ଭଳି ପ୍ଲାଟଫର୍ମରେ ବହୁତ ସମୟ ବିତାଉଛନ୍ତି । ତେଣୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନୀତି, ନିଷ୍ପତ୍ତି ଏବଂ ଯୋଜନାଗୁଡ଼ିକୁ ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ପ୍ଲାଟଫର୍ମକୁ ପ୍ରଭାବଶାଳୀ ଢଙ୍ଗରେ ବ୍ୟବହାର କରିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସରକାରୀ ଯୋଜନା ବା କାର୍ଯ୍ୟକ୍ରମ ବିଷୟରେ କେବଳ ସରକାରୀ ବୟାନ, ଫଟୋ ବା ଲମ୍ୱା ଲେଖା ପୋଷ୍ଟ କରିବା ଯଥେଷ୍ଟ ନୁହେଁ । ଯୁବପିଢ଼ିଙ୍କୁ ଆକୃଷ୍ଟ କଲା ଭଳି ଏବଂ ସେମାନେ ସହଜରେ ବୁଝିପାରିବା ଭଳି ରିଲ୍ସ, ସର୍ଟ ଭିଡିଓ ଏବଂ ଆକର୍ଷଣୀୟ ଭିଜୁଆଲ୍ କଣ୍ଟେଣ୍ଟ ତିଆରି କରିବା ଦରକାର ।

ସେ ଆହୁରି ମଧ୍ୟ କହିଥିଲେ ଯେ ସୂଚନା ଆଦାନ ପ୍ରଦାନ କରିବାର ଶୈଳୀରେ ବଡ଼ ଧରଣର ପରିବର୍ତ୍ତନ ଆସିଛି । ଆଜିକାଲିର ଯୁବସମାଜ ଲମ୍ବା ପାରମ୍ପରିକ ଲେଖା ଅପେକ୍ଷା ଛୋଟ ଓ ଭିଜୁଆଲ୍ ମାଧ୍ୟମରେ ସୂଚନା ପାଇବାକୁ ଅଧିକ ପସନ୍ଦ କରୁଛନ୍ତି । ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟ ଏବଂ ଜାତୀୟ ପଦକ୍ଷେପଗୁଡ଼ିକୁ ସିଧାସଳଖ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ଏବଂ ସରକାର ଓ ଯୁବସମାଜ ମଧ୍ୟରେ ଯୋଗାଯୋଗର ବ୍ୟବଧାନକୁ କମ୍ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ।



Source link

Leave A Reply

Your email address will not be published.