ନୂଆଦିଲ୍ଲୀ: ପୂରା ଦେଶରେ ଏବେ ମୌସୁମୀ ପୁଣି ସକ୍ରିୟ ହୋଇଛି। ଉତ୍ତର ଭାରତରୁ ହିମାଳୟ, ଚୀନ୍ ଏବଂ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ପ୍ରାୟ ୭ ହଜାରରୁ ୧୦ ହଜାର କିମି ଲମ୍ବର ବିଶାଳ ବରଫ ଚାଦର ଲମ୍ବିଥିବା ସାଟେଲାଇଟ ଚିତ୍ରରୁ ଦେଖୁବାକୁ ମିଳିଛି। ଏହି କାରଣରୁ ସାରା ଦେଶରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ଗତ ୨ ଦିନରେ ଭାରତରେ ସ୍ବଭାବିକଠାରୁ ୧୭୦ରୁ ୧୮୦% ଅଧିକ ବର୍ଷା ହୋଇଛି, ଯାହାକି ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପୁନଃ ସକ୍ରିୟତାକୁ ଦର୍ଶାଉଛି।
ଏହାକୁ ମୌସୁମୀ କନ୍ଭରଜେନ୍ଟ ଜୋନ୍ କୁହାଯାଏ । ଯେତେବେଳେ ଭାରତ ମହାସାଗରରୁ ଜଳୀୟବାଷ୍ପ ଭର୍ତ୍ତି ବାୟୁ ଏସିଆ ଆଡ଼କୁ ମାଡ଼ି ଆସିଥାଏ ସେତେବେଳେ ଏହା ବନିଥାଏ। ଏହା ହଜାର ହଜାର କିମି ପର୍ଯ୍ୟନ୍ତ ମେଘ ଏବଂ ବର୍ଷାର ଏକ ନିରବଚ୍ଛିନ୍ନ କରିଡର ସୃଷ୍ଟି କରିଥାଏ। ଏହି ଆସାଧାରଣ ପାଣିପାଗ ସ୍ଥିତି ଯୋଗୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ଛତିଶଗଡ଼ ଏବଂ ଗୁଜରାଟରେ ଲଗାତର ୩ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି।
ଦକ୍ଷିଣ ଗୁଜରାଟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ବି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ୟୁପିରେ ୬୯ ଜିଲ୍ଲାରେ ବର୍ଷା ଆଲର୍ଟ ଜାରି କରାଯାଇଛି। ସେପଟେ ଆସାମରେ ବନ୍ୟା ଯୋଗୁ ପ୍ରାୟ ୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚିଛି।
କିଛି ଦିନ ହେଲା ମୌସୁମୀ ବର୍ଷାରେ ଲାଗିଥିବା ବ୍ରେକ୍ ପରେ ଏବେ ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକ ଆଶ୍ୱସ୍ତ ହୋଇଛନ୍ତି। ତେବେ ସ୍ବଭାବିକଠାରୁ ମାତ୍ରାଧିକ ବର୍ଷା ହେଲେ ତାହା ମଧ୍ୟ ଚିନ୍ତାର କାରଣ ସାଜିବ। ଏଥିଯୋଗୁ ଅନେକ ରାଜ୍ୟରେ ବନ୍ୟା ଆଶଙ୍କା ଉପୁଜିବ।
Source link
