Voice of Eastern India

ବଞ୍ଚିଛି ମଣିଷପଣିଆ, ଡ୍ରାଇଭରର ହାର୍ଟ ଅପରେସନ ପାଇଁ ୪ ଲକ୍ଷ ଟଙ୍କା ଦେଲେ ମାଲିକ…


ନୂଆଦିଲ୍ଲୀ, ୨୩।୦୭ : ଆଜିର ଯୁଗ ମହଙ୍ଗା ଯୁଗ । କେହି କାହାକୁ ବିନା ସ୍ୱାର୍ଥରେ ଟଙ୍କାଟିଏ ମଧ୍ୟ ଦେଉ ନାହାଁନ୍ତି । ବାରମ୍ବାର ମଣିଷ ପଣିଆ ଉପରେ ପ୍ରଶ୍ନ ସୃଷ୍ଟି ହେଉଛି । କିନ୍ତୁ ଜଣେ ବ୍ୟକ୍ତି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେ ନିଜ ଡ୍ରାଇଭରର ସର୍ଜରୀ ପାଇଁ ୪ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ କରିଛନ୍ତି । ଏହାସହ ଡ୍ରାଇଭରଙ୍କୁ ସୁସ୍ଥ କରି ଘରକୁ ଆଣିଛନ୍ତି । ରିପୋର୍ଟ ଅନୁସାରେ, ମୁମ୍ବାଇର ଜଣେ ହୃଦରୋଗ ବିଶେଷଜ୍ଞ ତଥା ସର୍ଜନ ଏକ ପୋଷ୍ଟ୍ କରିଛନ୍ତି । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଏପରି କିଛି କଥା ଲେଖିଛନ୍ତି ଯାହା ସମସ୍ତଙ୍କ ହୃଦୟ ଜିତି ନେଇଛି । ଡାକ୍ତର ଜଣଙ୍କ ହେଲେ ପ୍ରଶାନ୍ତ ମିଶ୍ରା । ସେ ଲେଖିଛନ୍ତି ଯେ, ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ହାର୍ଟ ସର୍ଜରୀ ହୋଇଛି । ଏଥିପାଇଁ ୪ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ତେବେ ସେ ରୋଗୀଙ୍କୁ ଦେଖିବା ପରେ ତାଙ୍କ ଅବସ୍ଥା ବଝୁପାରିଥିଲେ । ଘରୋଇ ହସ୍ପିଟାଲରେ ଅଧିକ ଟଙ୍କା ଲାଗିବ ଏବଂ ସରକାରୀ ଡାକ୍ତରଖାନାରେ ସର୍ଜରୀ କରିବାକୁ ପ୍ରଥମେ ପରାମର୍ଶ ଦେଇଥିଲେ । କିନ୍ତୁ ରୋଗୀଙ୍କ ପୁଅ ଘରୋଇ ହସ୍ପିଟାଲରେ ଅପରେସନ କରିବାକୁ ଜିଦ୍ ଧରିଥିଲେ ।

ସବୁଠାରୁ ବଡ କଥା ହେଉଛି ଯେ, ଡାକ୍ତର ଜଣଙ୍କ ପରେ ଜାଣିବାକୁ ପାଇଥିଲେ ଯେ ବ୍ୟକ୍ତି ଯାହାଙ୍କ କାର୍ ଚଲାନ୍ତି ସେ ହିଁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ରାଜି ହୋଇଛନ୍ତି । ଏପରିକି ଟଙ୍କା ମଧ୍ୟ ହସ୍ପିଟାଲରେ ଜମା କରିଦେଇଛନ୍ତି । ତେବେ ସର୍ଜରୀ ପରେ ଡାକ୍ତର ଟଙ୍କା ଦେଇଥିବା ଡ୍ରାଇଭରଙ୍କ ମାଲିକକୁ ସଫଳ ଅସ୍ତ୍ରୋପଚାର ବାବଦରେ କହିଥିଲେ । ତେବେ ସଂପୃକ୍ତ ବଦାନ୍ୟ ବ୍ୟକ୍ତିଙ୍କ ସହ କଥା ହେଲା ପରେ ନିଜେ ଡାକ୍ତର ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ । ଅନ୍ୟ ଦିଗରେ ଡାକ୍ତରଙ୍କୁ ବ୍ୟକ୍ତି ଜଣଙ୍କ ଧନ୍ୟବାଦ ମଧ୍ୟ ଦେଇଥିଲେ ।ସୂଚନାଯୋଗ୍ୟ, ଡ୍ରାଇଭରଜଣଙ୍କ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ୧୫ ବର୍ଷ ଧରି କାମ କରୁଛନ୍ତି । ସେ ତାଙ୍କୁ ଡ୍ରାଇଭର ଭାବେ ନୁହେଁ ବରଂ ପରିବାର ସଦସ୍ୟ ଭାବେ ଦେଖନ୍ତି । ସେ କେବେ ତାଙ୍କୁ ନିଜର କର୍ମଚାରୀ ଭାବେ ନୁହେଁ ବରଂ ସହକର୍ମୀ ଭାବେ ଦେଖନ୍ତି । ଏକଥା ଶୁଣି ଡାକ୍ତର ଜଣଙ୍କ ବାକଶୁନ୍ୟ ହୋଇଯାଇଥିଲେ । ତାଙ୍କ ପାଟିରୁ କଥା ମଧ୍ୟ ବାହାରି ନଥିଲା । ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆ ୟୁଜର ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।



Source link

Leave A Reply

Your email address will not be published.