Voice of Eastern India

ଆସନ୍ତାକାଲି ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ, ଗୁଣ୍ଡିଚା ମନ୍ଦିରରେ ସଞ୍ଜ ୬ଟା ଯାଏଁ ମିଳିବ ମହାପ୍ରଭୁଙ୍କ ଦର୍ଶନ


ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ପବିତ୍ର ନବମୀ ତିଥିରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କର ଦୁର୍ଲଭ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ଚାଲୁ ରହିବ। ଏହାପରେ ବାହୁଡ଼ା ଯାତ୍ରାର ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଆଡ଼ପ ମଣ୍ଡପରେ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସନ୍ଧ୍ୟା ୫ଟା ଯାଏଁ ମିଳିବ ଦର୍ଶନ

ନବମୀ ସନ୍ଧ୍ୟା ଦର୍ଶନରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଶ୍ରୀମନ୍ଦିର ପ୍ରଶାସନର ସୂଚନାନୁସାରେ, ଆସନ୍ତାକାଲି ଭୋରରୁ ନୀତିକାନ୍ତି ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ।

Also Read: ​​​​​​​ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରାରେ ବି ହେଉ ସରକାରୀ ଛୁଟି ଘୋଷଣା, ଉଠିଲା ବଡ଼ ଦାବି

ବାହୁଡ଼ା ପାଇଁ ସୂର୍ଯ୍ୟାସ୍ତ ପରେ ବନ୍ଦ ରହିବ ଦର୍ଶନ

ସନ୍ଧ୍ୟା ୬ଟା ପରେ ଆଡ଼ପ ମଣ୍ଡପ ସମ୍ପୂର୍ଣ୍ଣ ଖାଲି କରାଯିବ। ବାହୁଡ଼ା ଯାତ୍ରା ପୂର୍ବରୁ ସେବାୟତମାନେ ଶ୍ରୀଜିଉଙ୍କର ଗୁପ୍ତ ନୀତି, ସେନାପଟା ଲାଗି, ଏବଂ ବାହୁଡ଼ା ପାହଣ୍ଡି ପାଇଁ ମାପ-ଚୋପ ଓ ପ୍ରସ୍ତୁତି ନୀତି ଆରମ୍ଭ କରିବେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ସାଧାରଣ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି। ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।



Source link

Leave A Reply

Your email address will not be published.