Voice of Eastern India

ଏକକାଳୀନ ହେବ ପଞ୍ଚାୟତ-ପୌର ନିର୍ବାଚନ, ମାର୍ଚ୍ଚ ମାସରେ ପ୍ରକାଶ ପାଇବ ବିଜ୍ଞପ୍ତି


ଭୁବନେଶ୍ବର ୧୮।୭: ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇ କହିଛନ୍ତି, ପୌରାଞ୍ଚଳ ପାଇଁ ୧୨ ହଜାର EVM ଅଛି । ଆଉ ୬ ହଜାର ନୂଆ EVM ଅର୍ଡର କରାହୋଇଛି । ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଡୋର୍ ଟୁ ଡୋର୍ ସର୍ଭେ କରାଯିବ । ଏନଏସିରେ ଗୋଟେ ୱାର୍ଡକୁ ଗୋଟେ ବୁଥ୍ ହେବ । EVM ପାଇଁ ବାଲଟ ପେପର୍, ଗାଡ଼ି ପାଇଁ ଅର୍ଡର କରିଦେଇଛୁ ।

Also Read:- CMOରୁ ଫାଇଲ୍ ହଜିବା ଘଟଣା : କ୍ୟାପିଟାଲ ଥାନାରେ ହାଜର ହେଲେ ମନୋଜ ମିଶ୍ର

ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନ ପାଇଁ ମାର୍ଚ୍ଚ ମାସରେ ନୋଟିଫିକେସନ୍ ହେବ । ଏପ୍ରିଲ କିମ୍ବା ମେ’ ପାଖାପାଖି ସମୟରେ ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନ କରାଯିବ । ଅକ୍ଟୋବର ମାସରୁ ଇଲେକ୍ଟ୍ରିକାଲ ରୋଲ୍ ଆରମ୍ଭ ହେବ । ସମୁଦାୟ ୧୪୩ ପୌର, ଏନଏସି ଏବଂ ମ୍ୟୁନିସିପାଲ କର୍ପୋରେସନ ପାଇଁ ନିର୍ବାଚନ ହେବ । ସମ୍ବଲପୁର ମହାନଗର ପାଇଁ ଯେଉଁ ସମସ୍ୟା ନେଇ ହାଇକୋର୍ଟରେ କେସ୍ ଚାଲିଥିଲା, ତାର ସମାଧାନ ହୋଇସାରିଛି । ଅର୍ଡର ବି ବାହାରି ସାରିଛି ବୋଲି ସନ୍ତୋଷ ଦାଶ କହିଛନ୍ତି ।



Source link

Leave A Reply

Your email address will not be published.