Voice of Eastern India

ବିଉଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା, କାହିଁକି ହ୍ଵାଟ୍ସଆପ୍ ଚାଟ୍ ଡିଲିଟ୍ କରିଥିଲେ ମହିଳା ଆଇଆଇସି ?


କଟକ: ଚାଉଳିଆଗଞ୍ଜ ଥାନାର ପୂର୍ବତନ ଆଇଆଇସି ବିଉଟି ମହାନ୍ତିଙ୍କ ଆତ୍ମହତ୍ୟା କାରଣ ଏବେ ବି ରହସ୍ୟ ଘେରରେ ଅଛି । ଗୋଟେ ପଟେ ସେ ସୁଇସାଇଡାଲ୍ ନୋଟ୍ ଛାଡ଼ି ନାହାନ୍ତି ଅନ୍ୟପଟେ ମୃତ୍ୟୁ ପୂର୍ବରୁ ସେ ନିଜ ହ୍ୱାଟ୍ସଆପର ଏକାଧିକ ଚାଟ୍ ମଧ୍ୟ ଡିଲିଟ୍ କରିଛନ୍ତି । ହ୍ବାଟ୍ସଆପ୍ କଲ୍ ରେକର୍ଡକୁ ମଧ୍ୟ ଡିଲିଟ୍ କରାଯାଇଛି । ବିଉଟିଙ୍କ ଫୋନର ଏସ୍ଏଫ୍ଏସ୍ଏଲ୍ ରେକର୍ଡରୁ ଏଭଳି ଗୁରୁତ୍ବପୂର୍ଣ କଥା ଜଣାପଡ଼ିଛି । ତେବେ ଫରେନ୍ସିକ୍ ଲାବରୁ ଆସିଥିବା ରିପୋର୍ଟକୁ ପୋଲିସ ତର୍ଜମା କରୁଛି ।

ବିଉଟିଙ୍କ ମୃତ୍ୟୁ ପରେ ତାଙ୍କ ରେଷ୍ଟ୍ ରୁମରୁ ୨ଟି ଫୋନ୍ ଜବତ ହୋଇଥିଲା । ପରେ ସେଗୁଡ଼ିକୁ ଅନଲକ୍ କରିବା ଓ ତାର ଗୁରୁତ୍ୱପୂର୍ଣ ତଥ୍ୟ ବାହାରକରିବା ପାଇଁ ମୋବାଇଲକୁ ଷ୍ଟେଟ୍ ଫରେନ୍ସିକ୍ ଲାବକୁ ପଠାଯାଇଥିଲା । ଦୁଇଦିନ ହେବ ଗୋଟିଏ ଫୋନର ତଥ୍ୟ ଆସିଛି । କିଛି ଡକ୍ୟୁମେଣ୍ଟ ମଧ୍ୟ ହସ୍ତଗତ ହୋଇଛି । ଏହି ରିପୋର୍ଟକୁ ପୋଲିସ ତର୍ଜମା କରୁଥିବା କଟକ ଡିସିପି ଖିଲାରୀ ରିଷିକେଶ ସୂଚନା ଦେଇଛନ୍ତି । ଆତ୍ମହତ୍ୟା କରିବା ରାତିରେ ବିଉଟି କିଛି ନମ୍ବରରେ କଥା ହୋଇଥିଲେ। ଏହି ନମ୍ବରଗୁଡ଼ିକରୁ କିଛି ସନ୍ଦିଗ୍ଧ ନମ୍ବରକୁ ତନାଘନା କରାଯାଉଛି । ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ କିଛି ତଥ୍ୟ ପୋଲିସର ହସ୍ତଗତ ହୋଇଛି । ଏନେଇ ଗଠିତ ୩ଟି ଟିମ୍ ତିନି ଭିନ୍ନ ଦାୟିତ୍ୱ ନେଇଛନ୍ତି। ପ୍ରଥମ ଟିମ୍ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟ କାଗଜପତ୍ର ସଂଗ୍ରହ କରୁଛି। ଦ୍ଵିତୀୟ ଟିମ୍ ଶେଷ କଲ୍ ରେକର୍ଡଗୁଡ଼ିକ ଯାଞ୍ଚ କରିବା ଓ ତାଙ୍କ ସହିତ ଯୋଗାଯୋଗ କରିବା। ତୃତୀୟ ଟିମ୍ ଡିଜିଟାଲ୍ ଓ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଗୁଡ଼ିକ ଅନୁଧ୍ୟାନ କରୁଛି ।



Source link

Leave A Reply

Your email address will not be published.