Voice of Eastern India

୪୫ ପାକିସ୍ତାନୀ ଯବାନଙ୍କୁ ମାରିଲା ବଲୁଚ୍ ଆର୍ମୀ ! ଆଗକୁ ଆହୁରି ଆକ୍ରମଣ ନେଇ BLAର ଧମକ


ନୂଆଦିଲ୍ଲୀ, ୧୭|୦୭: ବିପଦରେ ପାକିସ୍ତାନ । ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ଉତ୍ତେଜନା । ଦେଶରେ ସୁରକ୍ଷାକୁ ନେଇ ପ୍ରତିଦିନ ନୂଆ ନୂଆ ଚ୍ୟାଲେଞ୍ଜ୍ ସୃଷ୍ଟି ହେଉଛି । ଏହା ମଧ୍ୟରେ ବଲୁଚ୍ ଲିବରେସନ ଆର୍ମୀ ପାକିସ୍ତାନୀ ସେନାକୁ ଟାର୍ଗେଟ୍ କରିଛି । ବଲୁଚ୍ ଆର୍ମୀ ମସ୍ତୁଙ୍ଗ ଜିଲ୍ଲାର ଖଡକୋଚା ଅଞ୍ଚଳରେ ପାକ୍ ଯବାନଙ୍କୁ ଟାର୍ଗେଟ୍ କରିଛି । ଏଥିରେ ୪୫ରୁ ଅଧିକ ପାକ୍ ଯବାନ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଗୁରୁତର ହୋଇ ପଡିଛନ୍ତି ।

ବିଏଲଏର ପ୍ରବକ୍ତା ଜୀୟନ୍ଦ ବଲୋଚ୍ କହିଛନ୍ତି ଯେ, ସଙ୍ଗଠନର ଫତେହ ସ୍କ୍ୱାଡ୍ ଏହି ଆକ୍ରମଣକୁ ଚୂଡାନ୍ତ ରୂପ ଦେଇଛି । ପାକିସ୍ତାନୀ ସେନାର ଯବାନମାନେ ଏକ ବସରେ ଯାଉଥିଲେ । ସେହି ସମୟରେ ଯବାନଙ୍କୁ ଟାର୍ଗେଟ୍ କରାଯାଇଥିଲା । ଯବାନଙ୍କ ବସ୍ ବ୍ୟତୀତ ସେମାନଙ୍କୁ ଏସକର୍ଟ କରି ନେଉଥିବା ଅନ୍ୟ ଏକ ଗାଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଛି ।

ଜୀୟନ୍ଦ ଆହୁରି କହିଛନ୍ତି ଯେ, ଉଭୟ ପକ୍ଷ ମଧ୍ୟରେ ଦୀର୍ଘଦିନ ଧରି ମୁହାଁମୁହିଁ ସ୍ଥିତି ଜାରି ରହିଛି । ତେବେ ବିଏଲଏର କାର୍ଯ୍ୟାନୁଷ୍ଠାନରେ ୪୫ ଜଣ ପାକ୍ ଯବାନ ନିହତ ହୋଇଛନ୍ତି । ଆହୁରି ଅନେକ ଆହତ ହୋଇଛନ୍ତି । କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଗକୁ ମୃତକଙ୍କ ସଂଖ୍ୟା ଅଧିକ ବଢିପାରେ । ଖୁବ୍ ଶୀଘ୍ର ଏନେଇ ଅଧିକ ବିବରଣୀ ପ୍ରଦାନ କରାଯିବ । ଅନ୍ୟ ଦିଗରେ ଘଟଣାକୁ ନେଇ ପାକିସ୍ତାନୀ ସେନା କିମ୍ବା ସରକାର ମୁହଁ ଖୋଲି ନାହାଁନ୍ତି ।

ସୂଚନାଯୋଗ୍ୟ, ନିକଟରେ ବିଏଲଏ ପାକ୍ ସେନା, ଅର୍ଧ ସାମରିକ ବାହିନୀ ତଥା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯାଳୟକୁ ଟାର୍ଗେଟ୍ କରିଥିଲା । ଯେଉଁଥିରେ ଉଭୟ ପକ୍ଷର ଅନେକ ମୃତାହତ ହୋଇଥିଲେ । ବିଏଲଏ ବଲୁଚିସ୍ତାନ ପ୍ରଦେଶକୁ ପାକିସ୍ତାନରୁ ଅଲଗା କରି ସ୍ୱାଧିନ ଦେଶ ଭାବେ ଗଠନ କରିବାକୁ ଚାହୁଁଛି । କିନ୍ତୁ ପାକ୍ ସରକାର ବଳ ପ୍ରୟୋଗ କରି ଏଠାରେ ଦମନଲୀଳା ଚଳାଇଛନ୍ତି ।



Source link

Leave A Reply

Your email address will not be published.