Voice of Eastern India

ଆମେରିକା ଫେଡେରାଲ୍ ରିଜର୍ଭର ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲରେ ରଘୁରାମ ରାଜନଙ୍କ ସମେତ ୩ ଭାରତୀୟ ବଂଶୋଦ୍ଭବ


ୱାଶିଂଟନ୍: ଭାରତର ପ୍ରତିଭାକୁ ଆମେରିକା ସବୁବେଳେ ବ୍ୟବହାର କରି ନିଜର ଫାଇଦା ଉଠାଇଛି। ପୂର୍ବରୁ ଅନେକ ଭାରତୀୟ ସିଇଓ ଆମେରିକାର କମ୍ପାନୀଗୁଡ଼ିକର ମଙ୍ଗ ଧରିଥିବା ବେଳେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଆମେରିକାର ଅର୍ଥନୀତି ସମୀକ୍ଷା କରିବେ। ଖବର ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଆମେରିକା ନିଜର ଅର୍ଥନୈତିକ ରଣନୀତି ପାଇଁ ରଘୁରାମ ରାଜନଙ୍କ ସହଯୋଗ ଲୋଡ଼ିଛି। କେବଳ ରଘୁରାମ ନୁହଁନ୍ତି ଆଉ ଦୁଇ ଭାରତୀୟ ମଧ୍ୟ ଆମେରିକୀୟ କେନ୍ଦ୍ରୀ ବ୍ୟାଙ୍କର ମୌଦ୍ରିକ ନୀତି ସୁଦୃଢ଼ କରିବେ।

ରିପୋର୍ଟ ଅନୁସାରେ, ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ (Federal Reserve) ନିଜର ମୌଦ୍ରିକ ନୀତିକୁ ଅଧିକ ସୁଦୃଢ଼ ଏବଂ ସ୍ୱଚ୍ଛ କରିବା ପାଇଁ ବଡ଼ ଧରଣର ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି କ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ, ଦିଲ୍ଲୀରେ ଜନ୍ମିତ ଆମେରିକୀୟ ଅର୍ଥନୀତିଜ୍ଞ ରାଜ୍ ଚେଟ୍ଟି ଏବଂ ମାଇକ୍ରୋସଫ୍ଟର ବରିଷ୍ଠ କର୍ମକର୍ତ୍ତା ଆଶା ଶର୍ମାଙ୍କୁ ଫେଡେରାଲ୍ ରିଜର୍ଭର ବିଭିନ୍ନ ଟାସ୍କଫୋର୍ସରେ ସାମିଲ କରାଯାଇଛି। ନବନିଯୁକ୍ତ ଫେଡେରାଲ୍ ରିଜର୍ଭ ଅଧ୍ୟକ୍ଷ କେଭିନ ୱାର୍ଶ ପାଞ୍ଚଟି ଟାସ୍କଫୋର୍ସ ଗଠନ କରିଛନ୍ତି। ଏହି ଟିମ୍ଗୁଡ଼ିକ ଫେଡେରାଲ୍ ରିଜର୍ଭର ନୀତି, ଯୋଗାଯୋଗ ବ୍ୟବସ୍ଥା, ଅର୍ଥନୈତିକ ତଥ୍ୟର ବ୍ୟବହାର, ଉତ୍ପାଦନଶୀଳତା, ରୋଜଗାର ଓ ମୁଦ୍ରାସ୍ଫୀତି ଢାଞ୍ଚାର ସମୀକ୍ଷା କରିବେ।

Also Read-ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ବିକ୍ରି, କମିଛି LPG ଚାହିଦା

ରଘୁରାମ ରାଜନଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ରଘୁରାମ ରାଜନଙ୍କୁ ବାଲାନ୍ସ ସିଟ୍ ପଲିସି ଟାସ୍କଫୋର୍ସରେ ସାମିଲ କରାଯାଇଛି। ହାର୍ଭାର୍ଡ ୟୁନିଭର୍ସିଟିର ଅର୍ଥନୀତିଜ୍ଞ କରେନ୍ ଡାଇନାନ୍ ଏବଂ ଫେଡେରାଲ୍ ରିଜର୍ଭର ପୂର୍ବତନ ଗଭର୍ଣ୍ଣର ଜେରେମି ଷ୍ଟେନଙ୍କ ସହ ସେ କାମ କରିବେ। ଏହି ପ୍ୟାନେଲ୍ ଫେଡେରାଲ୍ ରିଜର୍ଭର ବର୍ତ୍ତମାନର ବାଲାନ୍ସ ସିଟ୍ ବ୍ୟବସ୍ଥା, ସମ୍ପତ୍ତି ପରିଚାଳନା, ଏହାର ଲାଭ-କ୍ଷତି ଏବଂ ମୌଦ୍ରିକ ନୀତି ଉପରେ ଏହାର ପ୍ରଭାବର ସମୀକ୍ଷା କରିବ।

କୋଭିଡ୍ ମହାମାରୀ ସମୟରେ ଫେଡେରାଲ୍ ରିଜର୍ଭର ବାଲାନ୍ସ ସିଟ୍ ପ୍ରାୟ ୯ ଟ୍ରିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହାକୁ ସନ୍ତୁଳିତ କରିବା ସହ ମୁଦ୍ରାସ୍ଫୀତିକୁ ଦୀର୍ଘକାଳୀନ ଲକ୍ଷ୍ୟ ଅନୁଯାୟୀ ନିୟନ୍ତ୍ରଣ କରିବା ଉପରେ ଏହି ପ୍ୟାନେଲ୍ କାର୍ଯ୍ୟ କରିବ।

ରାଜ୍ ଚେଟ୍ଟି ଓ ଆଶା ଶର୍ମାଙ୍କୁ ମଧ୍ୟ ବଡ଼ ଦାୟିତ୍ୱ

ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ରାଜ୍ ଚେଟ୍ଟିଙ୍କୁ ଡାଟା ଟାସ୍କଫୋର୍ସର ସହ-ଅଧ୍ୟକ୍ଷ କରାଯାଇଛି। ସେ ରିୟଲ ଟାଇମର ଅର୍ଥନୈତିକ ତଥ୍ୟର ମାନ ଓ ବିଶ୍ୱସନୀୟତାକୁ ଉନ୍ନତ କରିବା ଉପରେ କାମ କରିବେ, ଯାହା ଫେଡେରାଲ୍ ରିଜର୍ଭର ନୀତିଗତ ନିଷ୍ପତ୍ତିରେ ସହାୟକ ହେବ।

ସେହିପରି ମାଇକ୍ରୋସଫ୍ଟର ଏକ୍ସିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ତଥା Xboxର ସିଇଓ ଆଶା ଶର୍ମାଙ୍କୁ ପ୍ରଡକ୍ଟିଭିଟି ଆଣ୍ଡ ଜବ୍ସ ଟାସ୍କଫୋର୍ସରେ ସ୍ଥାନ ମିଳିଛି। ଏହି ପ୍ୟାନେଲ୍ କୃତ୍ରିମ ବୁଦ୍ଧିମତ୍ତା (AI) ଭଳି ଉଦୀୟମାନ ପ୍ରଯୁକ୍ତିର ଉତ୍ପାଦନଶୀଳତା, ରୋଜଗାର ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ପ୍ରଭାବର ଆକଳନ କରିବ।

କେଭିନ ୱାର୍ଶ କ’ଣ କହିଲେ?

ଫେଡେରାଲ୍ ରିଜର୍ଭ ଅଧ୍ୟକ୍ଷ କେଭିନ ୱାର୍ଶ କହିଛନ୍ତି, ବିଭିନ୍ନ କ୍ଷେତ୍ରର ଶ୍ରେଷ୍ଠ ବିଶେଷଜ୍ଞମାନେ ଏହି ସଂସ୍ଥାର କାର୍ଯ୍ୟଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ଏକାଠି ହୋଇଛନ୍ତି। ସେ କହିଛନ୍ତି ଯେ, ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଉଚ୍ଚ ମୁଦ୍ରାସ୍ଫୀତି ଦେଖିବା ପରେ ବର୍ତ୍ତମାନ ଫେଡେରାଲ୍ ରିଜର୍ଭ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଫଳପ୍ରଦ ମୌଦ୍ରିକ ନୀତି ପ୍ରଣୟନ ଉପରେ ଗୁରୁତ୍ୱ ଦେଉଛି।

ରଘୁରାମ ରାଜନଙ୍କ ସମେତ ଭାରତୀୟ ବଂଶୋଦ୍ଭୂତ ତିନି ଜଣ ବିଶେଷଜ୍ଞଙ୍କୁ ଏହି ଉଚ୍ଚସ୍ତରୀୟ ପ୍ୟାନେଲରେ ସ୍ଥାନ ମିଳିବାକୁ ଭାରତୀୟ ପ୍ରତିଭା ପାଇଁ ଏକ ବଡ଼ ସମ୍ମାନ ବୋଲି ଦେଖାଯାଉଛି।



Source link

Leave A Reply

Your email address will not be published.