Voice of Eastern India

ଦ୍ୱିତୀୟ ସପ୍ତାହରେ ନିଟ୍ ରିଟେଷ୍ଟ୍ ରେଜଲ୍ଟ , ଜାଣନ୍ତୁ କିପରି ବାହାରିବ ରେଜଲ୍ଟ୍


ନୂଆଦିଲ୍ଲୀ,୬/୭ : ନିଟ୍ ୟୁଜି ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପଡେଟ୍। ନିଟ୍-ୟୁଜି-୨୦୨୬ ରିଟେଷ୍ଟ୍ ସଫଳତାର ସହ ଶେଷ ହୋଇଛି । ଜୁଲାଇ ୨୦ ସୁଦ୍ଧା NEET ରିଟେଷ୍ଟ୍ ଫଳାଫଳ ପ୍ରକାଶ ପାଇପାରେ ବୋଲି ସୂଚନା ମିଳୁଛି। ଏହା ପୂର୍ବରୁ ଜାତୀୟ ପରୀକ୍ଷା ଏଜେନ୍ସି ବା NTA ସମସ୍ତ ପରୀକ୍ଷାର୍ଥୀଙ୍କୁ ଜୁଲାଇ ୭ ସୁଦ୍ଧା ନିଜ ବ୍ୟାଙ୍କ ବିବରଣୀ ଅପଡେଟ୍ କରିବାକୁ କହିଛି। NTA ପକ୍ଷରୁ କୁହାଯାଇଛି, ପରୀକ୍ଷା ସମ୍ବନ୍ଧୀୟ କୌଣସି ଫି ଫେରସ୍ତ କିମ୍ବା ଅନ୍ୟ ଆର୍ଥିକ ପ୍ରକ୍ରିୟା ଆବଶ୍ୟକ ହେଲେ, ସଠିକ୍ ବ୍ୟାଙ୍କ ବିବରଣୀ ଥିବା ଜରୁରୀ। ସେଥିପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସମୟସୀମା ମଧ୍ୟରେ ଏହି ସୂଚନା ଅପଡେଟ୍ କରିବାକୁ କୁହାଯାଇଛି।

ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଏନଟିଏ ପ୍ରୋଭିଜିନାଲ୍ ଆନସର୍ କି ମଧ୍ୟ ଜାରି କରିଛି । ଏହାସହ ପରୀକ୍ଷାର୍ଥୀଙ୍କ ଓଏମଆର୍ ସିଟ୍ ଜାରି କରାଯାଇଛି । ଯଦି ଆନସର୍ କି ରେ କୌଣସି ତ୍ରୁଟି ଥାଏ ତେବେ ଏହା ବିରୋଧରେ ଅପିଲ କରିବାକୁ ମଧ୍ୟ ଏନଟିଏ ସୁଯୋଗ ଦେଉଛି । ଯେତେବେଳେ ଉତ୍ତର ସମ୍ବନ୍ଧୀୟ ଅଭିଯୋଗ ଦାଖଲର ସମୟ ଶେଷ ହେବ ସେତେବେଳେ ଫାଇନାଲ୍ ଆନସର୍ କି ଏବଂ ସ୍କୋରକାର୍ଡ ପ୍ରକାଶିତ ହେବ ।

କେବେ ଆସିବ ପରୀକ୍ଷା ଫଳ ?ରିପୋର୍ଟ ଅନୁସାରେ, ନିଟ୍ ପରୀକ୍ଷାଫଳ କେବେ ବାହାରିବ ସେନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅଫିସିଆଲ୍ ଓ୍ୱେବସାଇଟ୍ ଭିଜିଟ୍ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଜୁଲାଇ ମାସର ଦ୍ୱିତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ଅଧିକ ଥିବା ଶୁଣିବାକୁ ମିଳୁଛି । ଗତବର୍ଷ ଜୁନ ୧୪ ତାରିଖରେ ନିଟ୍ ପରୀକ୍ଷାଫଳ ପ୍ରକାଶିତ ହୋଇଥିଲା । ସେହି ହିସାବରେ ଚଳିତ ବର୍ଷ ଜୁଲାଇ ୧୫ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଫଳାଫଳ ପ୍ରକାଶ ପରେ ପରୀକ୍ଷାର୍ଥୀମାନେ NTAର ଅଫିସିଆଲ୍ ୱେବସାଇଟ୍ରେ ନିଜ Application Number ଓ Date of Birth ବ୍ୟବହାର କରି ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ। ରେଜଲ୍ଟ ପ୍ରକାଶ ପରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ।



Source link

Leave A Reply

Your email address will not be published.