Voice of Eastern India

ଉଦ୍ଧବଙ୍କୁ ଝଟକା, UBTର ୨ ସାଂସଦ ସିନ୍ଦେ ସେନାରେ ସାମିଲ


ମୁମ୍ବାଇ: ବିଦ୍ରୋହୀ ଶିବସେନା (ୟୁବିଟି) ସାଂସଦ ନାଗେଶ ପାଟିଲ ଆଷ୍ଟିକର ଓ ଧାରାଶିବ ସାଂସଦ ଓମରାଜେ ନିମ୍ବାଲକର ରବିବାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ସାମିଲ ହୋଇଥିବା ପୁଷ୍ଟି କରିଛନ୍ତି। ନାଗେଶ ପାଟିଲ ଅଷ୍ଟିକର କହିଛନ୍ତି ଯେ ଜୁନ ୧୮ ତାରିଖ ପରେ ତାଙ୍କୁ ଓ ଅନ୍ୟ ସାଂସଦଙ୍କ ବିରୋଧରେ କରାଯାଇଥିବା ଟିପ୍ପଣୀ କାରଣରୁ ସେ ଉଦ୍ଧବଙ୍କ ନେତୃତ୍ୱାଧୀନ ପାର୍ଟିରେ ରହିବାକୁ ଇଛା କରିନଥିଲେ। ତେବେ ନିମ୍ବଲକର କହିଛନ୍ତି ଯେ ସେ ଧରାଶିବ ନିର୍ବାଚନ ମଣ୍ଡଳିର ମୋ ସମର୍ଥକଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛି।

ନିମ୍ବଲକର କହିଛନ୍ତି ଯେ ପାଣ୍ଠି ଅଭାବ କାରଣରୁ ସଂସଦୀୟ କ୍ଷେତ୍ରରେ ବିକାଶ କାମ କରିପାରୁନଥିଲେ। ଏଣୁ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରୁନଥିଲା। ଏହି କାରଣରୁ ସେ ସିନ୍ଦେଙ୍କ ଶିବସେନାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ହିଙ୍ଗୋଲୀ ସାଂସଦ ନିଜ ନିର୍ବାଚନମଣ୍ଡଳି ଲାଗି ବିକାଶ ପାଣ୍ଠି ଅଭାବ ଓ ବିପକ୍ଷରେ ଥିବାରୁ ସୀମାକୁ ମଧ୍ୟ ନିଜ ନିଷ୍ପତ୍ତିର ମୁଖ୍ୟ କାରଣ ବୋଲି କୁହାଯାଇଛି।

‘ଅପରେସନ ଟାଇଗର’ ଗୁଜବ ବ୍ୟାପିବା ପରେ ପ୍ରଥମଥର ସାମ୍ନାକୁ ଆସିଥିବା ଅଷ୍ଟିକର କହିଛନ୍ତି ଯେ ସେ ଓ ଶିବସେନା(ୟୁବିଟି)ର କେତେକ ଅନ୍ୟ ସାଂସଦ ଜୁନ ୧୮ ତାରିଖ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନଥିଲେ। ଆମେ କୌଣସି ଦଳରେ ଯୋଗ ଦେଇନଥିଲୁ। ତେବେ ଗୁରୁବାର ଆମ ବିରୋଧରେ କିଛି କଥା କୁହାଯାଇଥିଲା ଏଥିରୁ ଲାଗିଥିଲା ଶିବସେନା (ୟୁବିଟି)ରେ ରହିଲେ କୌଣସି ଲାଭ ନାହିଁ। ଏଣୁ ଆମେ ସିନ୍ଦେ ଗୋଷ୍ଠୀଙ୍କ ସହ ସମ୍ପର୍କ କରିଥିଲୁ। ସାଂସଦ ସ୍ପଷ୍ଟଭାବେ କହିଛନ୍ତି ଯେ ସେ ପାର୍ଟି ମୁଖ୍ୟ ଉଦ୍ଧବ ଠାକରେ ଅଥବା ସଞ୍ଜୟ ରାଉତଙ୍କ ପ୍ରତି ଅସନ୍ତୁଷ୍ଟ ନୁହନ୍ତି। ତେବେ ବିକାଶ କାର୍ଯ୍ୟ ନିମନ୍ତେ ପାଣ୍ଠି ନ ମିଳିବା ଓ କାର୍ଯ୍ୟକର୍ତ୍ତାଙ୍କ କାମ ନ ହୋଇ ପାରିବା ତାଙ୍କ ଦଳ ବଦଳ ନିଷ୍ପତ୍ତିର ମୁଖ୍ୟ କାରଣ।

ଅଷ୍ଟିକର ସ୍ୱୀକାର କରିଛନ୍ତି ଯେ ତାଙ୍କର ଏପରି ନିଷ୍ପତ୍ତି କିଛି ନେତାଙ୍କୁ ଅସନ୍ତୁଷ୍ଟ କରିପାରେ। ହେଲେ ଆଶା କରୁଛି ସେମାନେ ମୋ ସ୍ଥିତିକୁ ବୁଝି ପାରିବେ। ସାଂସଦ କହିଛନ୍ତି ଯେ ମୁଁ ମୋ ବିଚାରଧାରା ସହିତ କୌଣସି ବୁଝାମଣା କରି ନାହିଁ। ହେଲେ ମୋର ଏହି ପଦକ୍ଷେପ ଗୋଟିଏ ରାଜନୈତିକ ପରିବାରରେ ପରିବର୍ତ୍ତନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୁଁ କୁଆଡେ ଯାଇ ନାହିଁ ବରଂ ଶିବସେନାରୁ ଆଉ ଗୋଟିଏ ଶିବସେନାକୁ ଯାଇଛି। ଏଥି ପାଇଁ ଲୋକେ ନିଜ ଆକ୍ରୋଶ ଜାହିର କରିପାରନ୍ତି ହେଲେ ଭାଷାରେ ସଞ୍ଜମତା ରକ୍ଷା କରିବା ଉଚିତ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଏହି ଘଟଣାକ୍ରମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଅପରେସନ ଟାଇଗର ସଫଳ ହୋଇଛି। ଏହି ଘଟଣାକ୍ରମ ସେତେବେଳେ ଘଟିଲା ଯେତେବେଳେ ଦିଲ୍ଲୀରେ ଅନୁଷ୍ଠିତ ଶିବସେନା(ୟୁବିଟି) ସଂସଦୀୟ ଦଳ ବୈଠକରେ ଲୋକସଭା ସାଂସଦ ସଞ୍ଜୟ ଦିନା ପାଟିଲ, ସଞ୍ଜୟ ଦେଶମୁଖ, ସଞ୍ଜୟ ଯାଦବ, ଭାଉସାହେବ ଭାକଚୌରେ, ନାଗେଶ ପାଟିଲ ଅଷ୍ଟିକର ଏବଂ ଓମପ୍ରକାଶ ରାଜେ ନିମ୍ବାଲକର ଯୋଗ ଦେଇ ନଥିଲେ। ଏଥିରୁ ଆକଳନ କରାଯାଇଥିଲା ଯେ ଏମାନେ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହେବାକୁ ପ୍ରସ୍ତୁତି କରୁଛନ୍ତି।

ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ୯ ଜଣ ଲୋକସଭା ସାଂସଦ ଅଛନ୍ତି। ଏଥିରୁ ଯଦି ୬ ଜଣ ସାଂସଦ ଏକ ସାଙ୍ଗରେ ଦଳ ବଦଳାନ୍ତି ତେବେ ବିଦ୍ରୋହୀ ଗୋଷ୍ଠୀ ଦଳବଦଳ ଆଇନ ଅନୁସାରେ ଅଯୋଗ୍ୟ ହେବାରୁ ବର୍ତ୍ତିପାରନ୍ତି।



Source link

Leave A Reply

Your email address will not be published.