ରାୟଗଡ଼ା ୨୧।୦୬ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଭିଡ଼ ହିଂସା ମାମଲା । ପିଲା ଚୋରି ସନ୍ଦେହରେ ଭିଡ଼ ହିଂସା ଘଟଣାକୁ ଜିଲ୍ଲା ପୋଲିସ ଗୁରୁତ୍ବ ଅନୁଭବ କରି କେସକୁ ରେଡ୍ ଫ୍ଳାଗ ଅନ୍ତର୍ଭୁକ୍ତ କରିବାକୁ ବିଭାଗକୁ ଅନୁରୋଧ କରିଛି। ଘଟଣାର ତଦନ୍ତରେ କ୍ରାଇମବ୍ରାଞ୍ଚକୁ ରାୟଗଡା ପୁଲିସ ସହାୟତା କରୁଛି ବୋଲି ରାୟଗଡା ଏସ୍ ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।
ସେହିପରି ଏହି ଭିଡ଼ ହିଂସା ଘଟଣାରେ ବର୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି। ଅନେକ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ତରଫରୁ ଏକାଧିକ ଟିମ୍ ଗଠନ କରାଯାଇଛି। ଘଟଣାରେ ଯେଉଁମାନେ ଘଟଣାର ଭିଡିଓ ଉତ୍ତୋଳନ କରିଛନ୍ତି ଏବଂ ପରବର୍ତ୍ତି ସମୟରେ ଏହାକୁ ଭାଇରଲ କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇଟି ଆକ୍ଟ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ଏସପି କହିଛନ୍ତି ।
