International Yoga Day 2026 : ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଯୋଗ ହିଁ ବାର୍ଦ୍ଧକ୍ୟର ମେଡିସିନ୍, ଔଷଧ ଖାଇବା ପୂର୍ବରୁ ଯୋଗ କର…
ଭୁବନେଶ୍ୱର ୨୧।୦୬: ଅନ୍ତର୍ଜାତୀୟ ଯୋଗ ଦିବସ। ସବୁଠି ଭବ୍ୟ ଆୟୋଜନ ହୋଇଛି। ସାରା ଦେଶ ଆଜି ଯୋଗମୟ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ସାମିଲ ହୋଇ ଯୋଗାଭ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ଦେଇଛନ୍ତି। ଶାରୀରିକ, ବୌଦ୍ଧିକ, ମାନସିକ ବିକାଶ ପାଇଁ ଯୋଗ ଆବଶ୍ୟକ। ପୃଥିବୀର ସବୁ ଦେଶରେ ଯୋଗ ଦିବସ ପାଳନ କରାଯାଉଛି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଯୋଗ ଦିବସ ପାଳନ ହେଉଛି । ଦୈନନ୍ଦିନ ଜୀବନରେ ଯୋଗ ଓ ପ୍ରାଣାୟମକୁ ସାମିଲ କରନ୍ତୁ। ଦିନକୁ ୨୦ରୁ ୩୦ ମିନିଟ୍ ଯୋଗଭ୍ୟାସ କର। ଚାପମୁକ୍ତ ଜୀବନ, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ନିହାତି ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ”ଔଷଧ ଖାଇବା ପୂର୍ବରୁ ଯୋଗ କର। ବୟସ୍କଙ୍କ ପାଇଁ ବାର୍ତା, ଯୋଗ ହିଁ ବାର୍ଦ୍ଧକ୍ୟର ଔଷଧ। ଯୁବକଙ୍କୁ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମୋବାଇଲ୍ ଛାଡ, ମ୍ୟାଟ୍ ଧର। ଡାକ୍ତର, ମେଡିକାଲ ସାଇନ୍ସ ଅଛି, କିନ୍ତୁ ତା ପାଖକୁ ଯିବା ପୂର୍ବରୁ ନିଜେ ଫିଟ୍ ରୁହ। ବୟସ ବଢିଲେ BP, ଟେନସନ୍ ସ୍ୱାସ୍ଥ୍ୟ ସମସ୍ୟା ଆସେ – ତେଣୁ ବୃଦ୍ଧ ହେବା ପୂର୍ବରୁ ନିଜକୁ ପ୍ରସ୍ତୁତ କର। ଯୋଗ ଓ ପ୍ରାଣାୟାମ ବାଧ୍ୟତାମୂଳକ। ବୟସ୍କ ଲୋକ ନିଶ୍ଚୟ ଯୋଗ ପଦ୍ଧତି ଆପଣାନ୍ତୁ।”
ଯୁବପିଢିଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ” ସୋସିଆଲ ମିଡିଆ ଦେଖନି, ୨୦ରୁ ୩୦ ମିନିଟ୍ ଯୋଗାଭ୍ୟାସ କର। ମୋବାଇଲ୍ ଛାଡି,ମ୍ୟାଟ୍ ଧର । ଯୋଗ କଲେ ଆତ୍ମବିଶ୍ୱାସ ବଢେ, ରୋଗ କମେ। ଏହା ଅଭ୍ୟାସ କରିବା ଜରୁରୀ । ସ୍କୁଲ୍, କଲେଜରେ ଯୋଡାଯିବ ଯୋଗ ଚାପ୍ଟର। ମୁଖ୍ୟ ଲକ୍ଷ୍ୟ ଯୋଗକୁ ଜନ ଆନ୍ଦୋଳନ କରିବା, ଘରେ ଘରେ ପହଞ୍ଚାଇବା। ରାଜ୍ୟ ସରକାର ଜଟଣୀର ବିଂଝାଗିରି ଠାରେ ୨୦ ଏକର ସ୍ଥାନରେ ଯୋଗ ଅନୁଷ୍ଠାନ ନିର୍ମାଣ ହେବ। ”
